ନିଜର କରି କେତେ
କେତେ ନିଜର କରି କେତେ ଆପଣା କରି
ବାଣ୍ଟିଲି ସବୁ ସୁଖକୁ ସରାଗେ ଭରି,
ହେଲେ ସେକି ବୁଝିଲା ମୋ’ ଛାତି ଦରଜ
କୋହ ଭରା ନିଃଶ୍ୱାସକୁ ଶୁଣୁଛି ଆଜ।।
ପଥର ଛାତିକି କେବେ ତରଳି ପାରେ?
ଲୁହ ସବୁ ପିଇ ଯାଏ ଓଠ ଭିତରେ,
ତୁଚ୍ଛା ଭାବି ହୁଏ ଖାଲି ଆଖିର ନୀରେ
ପରକି ଆପଣା ହୁଏ ନିଜ ଭିତରେ।।
ବୁଝିବାକୁ ଡେରି ହେଲା ଏକଥା ମୋର
ପର ସଦା ପର ଥାଏ ନୁହେଁ ନିଜର,
ଝୁରିବିନି କେବେ ଆଉ ଅଧୀର ହୋଇ
ଲୋକହସା ଲୋଡା ନାହିଁ ପରର ପାଇଁ।।