ଅଭିରୁଚି
ମନେ ଅଭିରୁଚି ମହତ ପ୍ରବୃତ୍ତି
ଆଶା ଓ ବିଶ୍ବାସରେ।
ଅଭୀଷ୍ଟ ସାଧନେ ଲକ୍ଷରଖି ମନେ
କରମ କର ନିଶ୍ଚଳେ ॥
କର୍ମଠ ଆଚାର ସହଜ ସାକାର
କରିଥାଏ ଇଛାମାନ ।
ଭାଗ୍ୟକୁ ନିନ୍ଦିକି କର୍ମକୋଢି ଜନେ
ମିଥ୍ଯା ପ୍ରତିଶୃତି ପଣ ॥
ସ୍ଵପ୍ନର ଦର୍ଶନେ ମନାନାହିଁ ଜନେ
ଲକ୍ଷକୁ ସଠିକ କରି ।
ଦୁଃଖକଷ୍ଟ ହରି ଅଗ୍ରସର ହେଲେ
ମହତ ଭାବ ତତ୍ପରି ॥
ଦୃଢ ମନୋବଳେ ମହତ ସ୍ବଭାବେ
ଇଛାଶକ୍ତି ଭରପୁରେ।
କର୍ମ ତତ୍ପରତା ମନରେ ସ୍ଵଛତା
ସଫଳତା ଆଣେ ଖରେ ॥
ଅଭିରୁଚି ସାଥେ ପରହିତ ମତେ
ପ୍ରଭୁଙ୍କର ଆଶିର୍ବାଦେ।
ଲକ୍ଷର ସାଧନ ଉନ୍ନତ ଜୀବନ
ମାନ ସନମାନ ପଦେ ॥
ଉଚ୍ଚ ଅଭିରୁଚି ମାତୃଭାଷା ପ୍ରୀତି
ପ୍ରତ୍ୟୟ ଉନ୍ନତି ଆଶା ।
ମାନବିକତାରେ ମହତ ପଣରେ
ଶ୍ରେଷ୍ଠ ମାନବ ପ୍ରତ୍ୟାଶା ॥