ଘୋଷ ଯାତ୍ରା
ହିନ୍ଦୁ ମାନଙ୍କର ପବିତ୍ର ଉତ୍ସବ
ରଥ ଯାତ୍ରା ନାମ ଯାର
ଜୀବ ପରମର ମିଳନ ହୁଅଇ
ସ୍ୱର୍ଗ ପ୍ରାପ୍ତି ମାର୍ଗ ତାର l୧l
ପୁରୀ ରଥ ଯାତ୍ରା ବିଶ୍ୱରେ ପ୍ରସିଦ୍ଧ
ଜଗନ୍ନାଥ ଆର୍ତ୍ତତ୍ରାଣ
ଆଷାଢ ଶୁକ୍ଳର ଦ୍ଵିତୀୟା ତିଥିରେ
ଘୋଷ ଯାତ୍ରାର ପାଳନ l୨l
ତିନି ଦିଅଁଙ୍କର ତିନି ଗୋଟି ରଥ
ସୁସଜ୍ଜି ହୋଇ ଥାଏ
ସ୍ୱର୍ଗର ସୁଷମା ବଡ଼ ଦାଣ୍ଡ ଶୋଭା
ଭକ୍ତ ସମାଗମ ହୁଏ l୩l
ବଳଦେବଙ୍କର ତାଳଧ୍ଵଜ ରଥ
ସୁଭଦ୍ରା ଦର୍ପଦଳନ
ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ପତାକା ଗରୁଡ଼ ଚି଼ହ୍ନ l୪l
ନନ୍ଦୀ ଘୋଷ ରଥ ପୀତ ରକ୍ତ ବର୍ଣ୍ଣ
ଲାଲ୍ ନୀଳ ତାଳଧ୍ଵଜ
ସୁଭଦ୍ରା ଦେବୀଙ୍କ ଲାଲ୍ କଳା ରଙ୍ଗ
କପଡା ହୋଇଛି ସଜ l୫l
ପଣ୍ଡା ପଡିଆରୀ ସୁଆର ଦଇତା
ଦିଅଁଙ୍କୁ ଧରିଣ ଥାନ୍ତି
ଝୁଲି ଝୁଲି ପ୍ରଭୁ ରଥକୁ ଆସନ୍ତି
ପହଣ୍ଡି ବିଜେ କହନ୍ତି l୬l
ଉତ୍ସାହ ଆନନ୍ଦ ସଂକୀର୍ତ୍ତନ ସ୍ତୁତି
ଝାଞ୍ଜ ମୃଦଙ୍ଗ ବାଦନ
ହରି ବୋଲ ସାଥେ ହୁଳହୁଳି ଦ୍ୟ’ନ୍ତି
ରଥା ରୁଢେ ଭଗବାନ l୭l
ଉପବିଷ୍ଟ ରଥେ ଠାକୁର ହୋଇଲେ
ମହାରାଜ ଗଜପତି
ମାର୍ଗ ପରିଷ୍କାର ଚନ୍ଦନ ପାଣିରେ
ଛେରା ପହଁରା କହନ୍ତି l୮l
ଲକ୍ଷ ଲକ୍ଷ ଭକ୍ତ ଜୟ ଜଗନ୍ନାଥ
ଉଚ୍ଚାରଣ କରୁ ଥାନ୍ତି
ପ୍ରକମ୍ପିତ ହୁଏ ବଡ଼ ଦାଣ୍ଡ ଆଜି
ପାପୀ ତାପି ଏକ ହୁ’ନ୍ତି l୯l
ରଥ ଦଉଡିକୁ ଭକ୍ତ ଟାଣୁ ଥାନ୍ତି
ଗୁଣ୍ଡିଚା ମନ୍ଦିର ଯାଏ
ଚଳନ୍ତି ରଥକୁ ଟିକେ ଛୁଇଁ ଦେଲେ
ମୋକ୍ଷ ପ୍ରାପ୍ତି ମିଳି ଥାଏ l୧୦l
ଗୁଣ୍ଡିଚା ମନ୍ଦିରେ ଆଡପ ମଣ୍ଡପେ
ନବ ଦିନ ରହି ଥାନ୍ତି
ମାଉସୀ ମା ଠାରୁ ପୋଡ଼ ପିଠା ଖାଇ
ଦଶମୀରେ ଫେରି ଯାନ୍ତି l୧୧l
ଭାଇ ଭଗ୍ନୀ ଗଲେ ଜନ୍ମ ବେଦୀ ବୁଲି
ଲଷ୍ମୀ ଋଷି ବସି ଛନ୍ତି
ହେରା ପଞ୍ଚମୀରେ ରଥ କାଠ ଭାଙ୍ଗି
ଲଷ୍ମୀ ରାଗ ସୁଝାଅନ୍ତି l୧୨l
ଏକାଦଶୀ ଦିନ ସୁନା ବେଶ ହୁ’ନ୍ତି
ଦିବ୍ୟ ରୂପ ପ୍ରଭୁଙ୍କର
ଏ ରୂପ ଦର୍ଶନେ ପ୍ରାଣେ ଶାନ୍ତି ଭରେ
ଜୀବନ ମୁକ୍ତି ପଥର l୧୩l
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର