You are currently viewing ଜଗନ୍ନାଥ ତୁମେ  ପରମବ୍ରହ୍ମ

ଜଗନ୍ନାଥ ତୁମେ ପରମବ୍ରହ୍ମ

ଜଗନ୍ନାଥ ତୁମେ ପରମବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ
ପରମ ବ୍ରହ୍ମ ସାକାର ଆକାର
ନିରାକାର ନିର୍ବିକାର ରୂପ l
ନମାମି ଶମିଶାନ ନିର୍ବାଣ ରୂପମ୍
ବିଭୁ ବ୍ୟାପକମ୍ ବ୍ରହ୍ମ ବେଦ ସ୍ୱରୂପମ l

ସେହି ପରମ ବ୍ରହ୍ମ ଶିବ ରୂପେ
ସମସ୍ତ ଙ୍କ ହୃଦୟ ରେ ବିରାଜିତ ସ୍ୱହଃମ୍ l
ଆତ୍ମା ରୂପେ ପ୍ରତି ଜୀବ ହୃଦେ
ପୃଥିବୀ ର କୋଣେ ଅନୁକୋଣେ
ସ୍ଥାବର ଜଙ୍ଘମ ପ୍ରକୃତି ନଦୀ
ଝରଣା ଜଳ ସ୍ଥଳ ପ୍ରତି ଜୀବlତ୍ମାରେ
ପଞ୍ଚ ଭୁତାତ୍ମାରେ l

ପୁଣି ଆକାଶ ପୃଥିବୀ ଗ୍ରହ ଉପଗ୍ରହ
ସାରା ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଯେନ ଚରାଚର l

ସେ ଯେ ଅଚିନ୍ତ୍ୟ ଅବ୍ୟକ୍ତ ଅଦୃଶ୍ୟ
ଅଲୌକିକ ସୂକ୍ଷ୍ମ ଜୀବlତ୍ମା
ଜ୍ଞାନ ବୁଦ୍ଧି ବିବେକ ଚେତନା ଧ୍ୟ୍ୟlନ
ଯୋଗ ବଳେ ସେହି ପରମାତ୍ମା ଙ୍କ ଅନୁଭୁତି l

ଧ୍ୟ୍ୟlନ ର ଓଝା ଶକ୍ତି ରୁ ଜାଗ୍ରତ ହୋଇ
କୁଣ୍ଡଳିନୀ ଶେଷେ ବ୍ୟାକୁଳ ହୁଏ
ପରଂବ୍ରହ୍ମ ରେ ହେବା ଲାଗି ସଂଯୋଗ l

ଏକ ଦିବ୍ୟ ଅନୁଭୂତି
ଅବିରତ ବ୍ରହ୍ମ ମଗ୍ନ ରହେ
ପରଂବ୍ରହ୍ମ ର ସାନ୍ନିଧ୍ୟ ରେ l
ଯାହା ଙ୍କୁ ଆମେ ଜଗନ୍ନାଥ ତୁମେ ପରଂବ୍ରହ୍ମ
ଯୁଗେ ଯୁଗେ ସତ୍ୟ ସନାତନ
ତୁମେ ଦାରୁବ୍ରହ୍ମ ଆକାର ସାକାର ନିରାକାର କହୁ l

ଓଁକାର ଓଁକାର ଓଁକାର ଓଁ ଶାନ୍ତାକlରମ ଭୁଜଗ ଶୟନମ୍ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରମ ଗଗନ ସଦୃଶ୍ୟମ ମେଘ ବର୍ଣ୍ଣମ୍ ଶୁଭlଙ୍ଗମ୍ ଲକ୍ଷ୍ମୀ କାନ୍ତମ୍ କମଳ ନୟନ ଯୋଗୀ ହୃଦ ଧ୍ୟ୍ୟlନ ଗମ୍ୟମ୍ ବନ୍ଦେ ବିଷ୍ଣୁ ଭବ ଭୟ ହରମ ସର୍ବ ଲୌକେକ ନାଥମ୍ l

Leave a Reply