ତୁଳସୀ ଦୟଣା ଗୁନ୍ଥିଚି ସରଗେ
ତୁଳସୀ ଦୟଣା ଗୁ ନ୍ଥିଛି ସରାଗେ
ଜଗମୋହନରପାଇଁ,
ବାସନା ଫୁଲରେ ମହକୁଛି ମାଳା
ଗଳେମୁଁ ଦେବି ପିନ୍ଧାଇ।।୧।।
ଅପଲକ ନେତ୍ରେ ଦେଖୁଥିବି ଯେବେ
ମୋ କାଳିଆ ସୁନାଟିକୁ,
ତା ‘ମୁଚୁକୁନ୍ଦିଆ ହସ ଝରୁଥିବ
ଭେଦି ଯିବ ମୋର ବୁକୁ।।୨।।
ଲୀନ ହୋଇଯିବି ତା ପ୍ରେମରେ ଯେବେ
ସାର୍ଥକ ଜୀବନ ହେବ
ଆଉ କିଛି ବାଞ୍ଛା ନାହିଁ ମନେ ମୋର
ସେଇତ ଅନ୍ତିମ ଧାମ।୩।।
ହେ ବିଶ୍ବ ମୋହନ! କରି ସମ୍ମୋହନ
ନେଇଯାଅ ତୁମ ପାଶେ,
ମୁଁ ତୁମ ଚରଣ ଦାସୀ ଟିଏ ହେବି
କାମନା ମୋମନେ ଆସେ।।୪।।