ଦୁଇଟି ମିନି କବିତା
ସୃଷ୍ଟି ବିଚିତ୍ର
ଅଲୌକିକ ହୋଇପାରେ
ଈଶ୍ୱରଙ୍କ ଅବଦାନକୁ ବାଦ
ଦେଇ ହେବନି
ପଶୁ, ପକ୍ଷୀ, କୀଟ ପତଙ୍ଗ – – –
ଏମାନଂକୁ ଛାଡିଲେ
ମଣିଷର ଶିଶୁ
ମା ‘ କୋଳରୁ ବସୁଧାରେ ଅବତୀର୍ଣ୍ଣ
ଜୁଇର ନିଆଁକୁ ନିଜର କରି
ଜନ୍ମ ନେଇଥାଏ l
*** ମୃତ୍ୟୁ **
ସବୁରି ସ୍ତରରେ
ଜନ୍ମ ଅଛିତ ମୃତ୍ୟୁ ସୁନିଶ୍ଚିତ
ପରିଣତ ବୟସରେ ସମ୍ଭବ
କିନ୍ତୁ
ଏ ମଣିଷ କେବେ ହାତଠାରି
ମୃତ୍ୟୁକୁ ଆମନ୍ତ୍ରଣ କରେନି
ପ୍ରତିଟି ମୁହୂର୍ତ୍ତରେ ଭାବୁଥାଏ
ଆୟୁଷ ବଢ଼ିଯାଆନ୍ତାକି
ଅମର ରହିଯାନ୍ତି ଚିରକାଳ
ହେଲେ
ଯମ ଡାକରା ଦେଲେ
ତୁମେ ଯେତେ ବାହାନା କର
ମୃତ୍ୟୁ ସୁନିଶ୍ଚିତ ଶେଷ ଜୀବନରେ l
Manoj Das
Writer