You are currently viewing ବାଲିଯାତ୍ରା

ବାଲିଯାତ୍ରା

ମହାନଦୀ ତୀର ଅନେକ ସୁନ୍ଦର

ତହିଁ ହୁଏ ବାଲି ଯାତ୍ରା,

ମହାନଦୀ ତୀର ଉତ୍କଳ ରାଜ୍ୟର

ବଢ଼ାଏ ସୌନ୍ଦର୍ଯ୍ୟ ମାତ୍ରା।୧।

ମହାନଦୀ ତୀର ପଠାରେ ସୁନ୍ଦର

ଧବଳେଶ୍ୱର ମନ୍ଦିର,

ମହାନଦୀ ଠାରେ ଆନନ୍ଦ ମନରେ

ଅବସ୍ଥାନ ଭୂତେଶ୍ୱର।୨।

ମହାନଦୀ ତୀର କଟକ ନଗର

ନିକଟ ଚାରୁ ପ୍ରାନ୍ତର,

ଉତ୍କଳ କମଳା ବାଣିଜ୍ୟର ମେଳା

ହରଇ ଜନ ଅନ୍ତର।୩।

ମହାନଦୀ ତୀର କଟକ ନଗର

ଓଡ଼ିଶାର କୀର୍ତ୍ତି ମାଳା,

ପ୍ରଦର୍ଶିତ ହୁଏ ମନ ମୋହି ନିଏ

ସ୍ଥାପତ୍ୟର ଚାରୁ ଶାଳା।୪।

ସୁନ୍ଦର ମନ୍ଦିର ସୁନ୍ଦର ତା କୀର୍ତ୍ତି

ମହାନଦୀ ନୀଳ ଜଳ,

ବକ୍ଷେ ପ୍ରତିଛବି ପୁଣି ରବି ଛବି

ଗୀତ ଗାଏ କଳ କଳ।୫।

ମହାନଦୀ ତୀର ରୁଚିର ମନ୍ଦିର

ତା ଅଙ୍କେ ଧବଳେଶ୍ୱର,

ପୂଜା ପାଉଛନ୍ତି ମନ କରି ଶାନ୍ତି

ଓଷା ଭୋଗେ ନିରନ୍ତର।୬।

କାଳିଆ ବଳଦ କରିଲେ ଧବଳ

ପ୍ରିୟ ଭକ୍ତ ମନ ଜାଣି,

ଭାବଗ୍ରାହୀ ଶିବ ଭକ୍ତେ ହୋଇ ଶିବ

ନାମ ଯାର ଶୂଳ ପାଣି।୭।

ଭକ୍ତର ସମ୍ମାନ ରକ୍ଷାକଲେ ଜାଣ

କାଳିଆକୁ ଧଳା କରି,

ଭକତ ବାନ୍ଧବ କଲେ ଅନୁଭବ

ଶିବ ଶକ୍ତି କୃପା ସରି।୮।

ବାଜେଶଙ୍ଖଧ୍ୱନି ଭକ୍ତେହେଲେଗୁଣୀ

ଘଣ୍ଟ ଘଣ୍ଟା କାହାଳୀ ରେ,

ଶୁଭିଲା ପଠାରେ ପୂଣ୍ୟ କାର୍ତ୍ତିକରେ

ଦିବ୍ୟ ମହାନଦୀ ତୀରେ।୯।

ମହାନଦୀ ଧାମ ହେଲା ଅନୁପମ

ହେଲା କେତେ ସମାଗମ,

ଝଲସି ଉଠିଲା ବାଲି ଯାତ୍ରା ସ୍ଥଳ

ବିଦ୍ୟୁଲ୍ଲୋକେ ମନୋରମ।୧୦।

ହଜାର ହଜାର ସୁନ୍ଦର ବଜାର

ଉଠିଲା ପଡ଼ିଲା ଖରେ,

ବିପଣୀ ମାଳାରେ ଦୂଲୁକୀଲାଖରେ

ମଞ୍ଜୁ ମହାନଦୀ ତୀରେ।୧୧।

ବହୁବିଧ ଦ୍ରବ୍ୟ ତହିଁ ହେଲା ଭବ୍ୟ

ଛୁଆ ଠାରୁ ବୃଦ୍ଧ ଯାଏ,

ହେଲେ ଆକର୍ଷିତ ଚିତ୍ତ ଅଭିଭୂତ

 ଆକର୍ଷଣ କେନ୍ଦ୍ର ପ୍ରାଏ।୧୨।

ସାରା ଓଡ଼ିଶାର ଯେତେ ନାରୀ ନର

ଉତ୍ଫୁଲିତ ହେଉଛନ୍ତି,

ବାଲି ଯାତ୍ରା ସ୍ଥଳ ନାଚେ ଅବିରଳ

ନାଚେ ପୁଣି ମନ ମତି।୧୩।

ବାଲି ଯାତ୍ରା ସ୍ଥଳ ନାଚେ ଅବିରଳ

ହୃଦେ ବହି କେତେ ରତ୍ନ,

ଆସିଅଛି ବୋଲି ବାଲି ଯାତ୍ରା ବୁଲି

ହୀରା ନୀଳା ମୋତି ରତ୍ନ।୧୪।

ମହାନଦୀ ତୀର କଟକ ନଗର

ଧନ ରତ୍ନେ ଗର୍ବ ବହି,

ବାଲିଯାତ୍ରାଅଙ୍କେ ଆନନ୍ଦେ ନିଶଙ୍କେ

ସାତ ଦିନ ଉଛୁଳଇ।୧୫।

Leave a Reply