ବିଜ୍ଞାନ ଦିବସ ଅନୁଚିନ୍ତା
ପ୍ରମାଣ ସିଦ୍ଧ ତତ୍ତ୍ୱ ଆଧାରରେ
ଅରଜିତ ଯେଉଁ ଜ୍ଞାନ l
ସରଳ ଭାଷାରେ ତାହାକୁ ଟି ଆମ୍ଭେ
କହି ଥାଉଁ ହିଁ ବିଜ୍ଞାନ ll
ଜିଜ୍ଞାସା ହିଁ ଅଟେ ବିଜ୍ଞାନ ଜନକ
ଵୀକ୍ଷଣ ଟି ମହାମନ୍ତ୍ର l
ଵୀକ୍ଷଣ ଓ ପରୀକ୍ଷଣ କ୍ଷଣେ କ୍ଷଣେ
ସତ୍ୟ ହୁଅଇ ପ୍ରକଟ ll
ଏ ସାରା ସଂସାରେ ରହିଛନ୍ତି ପୁରି
କେତେ ଜୀବଜନ୍ତୁ ପ୍ରାଣୀ l
ମଣିଷକୁ ଏକା ଈଶ୍ୱର କଲ୍ୟାଣ
ଭଲ ମନ୍ଦ ପାରେ ଜାଣି ll
ସେହି ଜ୍ଞାନ ବଳେ ମହାନ ବିଜ୍ଞାନୀ
ନିଉଟନ ଆଇନଷ୍ଟେନି l
ମାନବ କଲ୍ୟାଣେ ବିଜ୍ଞାନ ତତ୍ତ୍ୱକୁ
ସମ୍ମୁଖେ ଥୋଇଲେ ଆଣି ll
ସି ଭି ରମଣ ଜଗଦୀଶ ବୋଷ ପୁଣି
ଏଡୱାର୍ଡ ଜେନର l
ବିଜ୍ଞାନ ଜ୍ଞାନକୁ ଖଟାଇଲେ ଆଣି
ଯେସନେ ନର କିଙ୍କର ll
ବିଜ୍ଞାନ ଅଟଇ ଉତ୍ତମ ସେବକ
ଆୟତ୍ତେ ହିଁ ରହିଥିଲେ l
ଆୟତ୍ତୁ ବାହାର ହୋଇଲେ ବିଜ୍ଞାନ
ସୃଷ୍ଟି ନାଶେ ଅବହେଳେ ll
ଦେଖୁଛ ତ ଭାଈ ବିଜ୍ଞାନୀ ମଣିଷ
ଅଜ୍ଞାନୀ ପରାୟ ହୋଇ l
ସୃଷ୍ଟିରେ ଆଜି ତାଣ୍ଡବ ରଚିଛି ବେଶି
କିଛି କହୁନାହିଁ ll
ବିଜ୍ଞାନୀ ପରାୟେ ସର୍ବେ ଚିନ୍ତ ଭାଇ
ବିଜ୍ଞାନର ହେଉ ଜୟ l
ବିଜ୍ଞାନ ଲାଗୁ ମାନବ କଲ୍ୟାଣେ
ଏଡ଼ାଇ ଅଜ୍ଞାନ ଭୟ ll
ନର ଦେହେ ଥିବ ଯାବତ ହୃଦୟ
ବିଜ୍ଞାନ ନ ହେବ ଲୟ l
ବିଶେଷ ଜ୍ଞାନରେ ବିଜ୍ଞାନୀ ସାଧିଲେ
ବିଜ୍ଞାନ ସିଦ୍ଧାନ୍ତ ଚୟ ll