You are currently viewing ଶୀତ ସ୍ୱାଗତିକା

ଶୀତ ସ୍ୱାଗତିକା

ଶୀତ ସ୍ୱାଗତିକା

ବର୍ଷ ତମାମ ବିତିଗଲା
ତମ ଅପେକ୍ଷାରେ, ମୋ ବଗିଚା
ଦେଖିବ ଆସ ବିଛାଇଚି
ମୁଲାୟମ ବିଦେଶୀ ଘାସର ଗାଲିଚା
ଫୁଲ ମାନେ ସବୁ
କେମିତି ହେଇଛନ୍ତି ସଜ
କରିବେ ବୋଲି ତୁମକୁ ସ୍ବାଗତ। ।
ମୁଁ ବି ଅନେକ ଦିନରୁ
ସୁନେଲି ସ୍ୱପ୍ନରେ ବିଭୋର
ଧୁମାୟିତ ଚାହା କପରେ
ଖୋଜୁଛି କାମୁକ ଚୁମ୍ବନ ତୁମର
ଅନେକ କନ୍ଦାଇଛ
ବିରହର ଉତ୍ତପ୍ତ ଜ୍ୱାଳାରେ
ଏବେ ଜଲଦି ଆସ,
ମଖମଲ ରେଜେଇ ଭିତରେ
ଦେବି ନିବିଡ ଆଶ୍ଲେଷ
କଣ ବା ପାଇବ
ଗରିବ କୁଡ଼ିଆରେ
ଦି ପଦ ନିଆଁଲଗା ଗାଳି ବ୍ୟତୀତ
ଆସ ମୋ ପ୍ରାସାଦକୁ ଥରେ
ଭରିଦେବି ମେଞ୍ଚା ମେଞ୍ଚା ଉଷ୍ମତା
ନରମ ହେମାଳ ଦେହ ତମର କରିଦେବି ରୋମାଞ୍ଚିତ
ପିଇବାକୁ ଦେବି ଅଳସ ମଦିରା
ପ୍ରୀତି ରଙ୍ଗ ବୋଳି ଦେବି
ତମର ନିଷିଧ ଇଲାକା ସାରା।।

Leave a Reply