ସିନ୍ଦୂର
ସିନ୍ଦୂର ବଡ଼ ସ୍ୱାର୍ଥପର
ଟୋପାଏ ସିନ୍ଦୂର ପାଇଁ
ସବୁ ହୋଇଯାଏ ପର ।।
ଦୁହିତା ଜନମ ଦୁଇକୁଲ ପାଇଁ
ଝିଅର ଜନମ ତ
ଟୋପାଏ ସିନ୍ଦୂର ପାଇଁ ।।
ସିନ୍ଦୂର ଟୋପାଏ ତାର ହୁଏ ଆତି ନିଜର
ବାହାଘର ପରେ ସିଏ ଭୁଲେ ନିଜ ସହର ।।
ସିନ୍ଦୂର ପାଇଁ ଅତୀତକୁ କରେ ସାତପର
ହେଉ ସେ ପ୍ରେମିକ କିମ୍ବା ହେଉ ତାର ବାପଘର ।।
ସିନ୍ଦୂର ତ ବୁଝେନାହିଁ ଜୟା ଆଖି ଲୁହ
ମନ ଭିତରେ ଚାପିରଖେ ଅନେକ ଯେ କୋହ ।।
କହି ପାରେ ନାହିଁ ସିଏ ସହି ପାରେ ନାହିଁ
କାହାର ହେବ ସେ ଜାଣି ପାରେ ନାହିଁ ।।
ଅତୀତକୁ ଭୁଲିବନା ଫେରିବ ଅତୀତକୁ
ଜାଣିପାରେ ନାହିଁ କିଛି ଦେଖାଯାଏ ନାହିଁ ତାକୁ ।।
ସିନ୍ଦୂର ବୁଝେନାହିଁ ପ୍ରେମର ମାନେ
ସେଥିପାଇଁ ଲୁହଝରେ ପ୍ରେମିକ ନୟନେ।।
ସିନ୍ଦୂର ଥରେ ନାଇଦେଲେ ଝିଅ
ହୋଇଯାଏ ସାତ ପର
ଟୋପାଏ ସିନ୍ଦୂର ତାକୁ
କରିଦିଏ ଅନ୍ୟ କାହାର।।
ଏସବୁ ନୀତି ଏଇ ସିନ୍ଦୂର ର
ଏଥିପାଇଁ ସବୁ ସିଏ କରିଦିଏ ପର
ଏସବୁ ନୀତି ଏଇ ସିନ୍ଦୂର ର
ସିନ୍ଦୂର ଏଇ ବଡ଼ ସ୍ୱାର୍ଥପର ।।