You are currently viewing ରଥ ପଥ ଜଗନ୍ନାଥ ଭାଗ(୨)

ରଥ ପଥ ଜଗନ୍ନାଥ ଭାଗ(୨)

ରଥ ପଥ ଜଗନ୍ନାଥ ଭାଗ(୨)

ପ୍ରଭୁଙ୍କର ଡୋରି ଲାଗିଛି ଏପରି
ରଥଟଣା ଦୁଇଦିନ,
ଦ୍ୱିତୀୟ ଦିନରେ ଗୁଣ୍ଡିଚାରେ ପ୍ରଭୁ
ବିଜେ ରତ୍ନ ସିଂହାସନ।
ତେଜର ପ୍ରତୀକ ପ୍ରଭୁ ବଳଭଦ୍ର
ଧାଇଁ ଚାଲନ୍ତି ଆଗରେ,
ଧେନୁକା ସୁରକୁ ନିହତ କରିଲେ
ପ୍ରଭୁ ଦ୍ୱାପର ଯୁଗରେ।
ସ୍ୱର୍ଗୁ ଯେବେ ରଥ ଆସିଲା ଓହ୍ଲାଇ
ପ୍ରବେଶିଲେ ବଳରାମ,
ତାଳବଣେ ଯୁଦ୍ଧ ହେଲା ବୋଲି ରଥ
” ତାଳଧ୍ୱଜ” ହେଲା ନାମ।
ବାୟୁ ତତ୍ତ୍ୱର ସେ ପ୍ରତୀକ ଅଟନ୍ତି
ଭଉଣୀ ସୁଭଦ୍ରାଦେବୀ,
ବଡଭାଇଙ୍କର ପଛେ ସେ ଆସନ୍ତି
ଅତି ଗେହ୍ଲା ସେ ଅଟନ୍ତି।
ଆଗରେ ବଳିଆ ପଛରେ କାଳିଆ
ଅଟନ୍ତି ସୁରକ୍ଷା ଦାତା,
ଏ କଳିଯୁଗରେ ସ୍ନେହ ସମ୍ମାନରେ
ଭଉଣୀର ଭାଇ ସଦା।
ଘୋର ଘର୍ଘରର ନାଦରେ କଂପୁଛି
ନନ୍ଦିଘୋଷର ଶବଦ,
ତ୍ରିଭୂବନ ପାଇଁ ମଙ୍ଗଳମୟ
କଂପନରେ ଚତୁର୍ଦ୍ଦିଗ।
ଏ ନନ୍ଦିକଂପନେ ଦୈବାସୁର ରଣେ
ଅସୁର ଯେ ପଳାୟନେ,
ବ୍ରହ୍ମାଙ୍କ ନିର୍ଦ୍ଦେଶେ ନନ୍ଦୀଙ୍କ ଉଚ୍ଛ୍ୱାସେ
ଜିତିଲେ ଦେବତାମାନେ।
ରାମ ରାବଣଙ୍କ ଯୁଦ୍ଧରେ କପଟ
ବିଂଶବାହୁ ରଥେ ବସି,
ତେଣୁ ଏକରଥ ରାମଙ୍କ ନିକଟ
ସରଗୁ ଆସିଲା ଖସି।
ଶିବଙ୍କ ଆଦେଶେ ସେନନ୍ଦି ଗର୍ଜ୍ଜନେ
ଭୟେ ଅସୂର ଧାମନ୍ତି,
ତେଣୁ ନନ୍ଦିଘୋଷ ବିଷ୍ଣୁଙ୍କର ରଥ
ଜଗନ୍ନାଥ ରହିଛନ୍ତି।
ଅଗ୍ନିତତ୍ତ୍ୱ ଅଂଶ ପ୍ରଭୁ ଜଗନ୍ନାଥ
ମାଧବ ଯେ ସୁଦର୍ଶନ,
ପଞ୍ଚତତ୍ତ୍ୱର ସେ ପ୍ରତୀକ ଭାବରେ
ରଥରେ ବିରାଜମାନ।
ବଡଦାଣ୍ଡରୁ ଯେ ଗଡି ଗଡି ରଥ
ଉଭା ଶରଧାବାଲିରେ
ଭକ୍ତ ସାଲବେଗ ପାଖେ ଦଣ୍ଡେ ରହି
ଭକ୍ତ ସ୍ମୃତିକୁ ମନରେ।
ମାଉସୀ ମାକୁ କଥା ଦେଇଗଲେ
କରିବାକୁ ପୋଡପିଠା,
ଅର୍ଦ୍ଧଶୋଶିନୀ ମା ତ୍ରେତୟାଯୁଗର
କୈକେୟୀଙ୍କୁ ଦେଲେ କଥା।
ସେ ସ୍ମୁତିକୁ ଆଜି ପ୍ରଭୁ ମନେରଖି
ଭକତି ପ୍ରଣାମ କରି
ଆସନ୍ତି ଗୁଣ୍ଡିଚା କରିବେ ରହଣୀ
ନବଦିନ ଯାତ୍ରା ଧରି।

 

Leave a Reply