ଵ୍ୟକ୍ତି ଜୀବନ ସହିତ ସାମାଜିକ ଜୀବନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ।
ବ୍ୟକ୍ତି ସମାଜ ସେବା ନିମନ୍ତେ ‘ ଆଦିତ୍ୟ’ ହୁଏ।ଆଦିତ୍ୟ ବା ସୂର୍ଯ୍ୟ ଲବଣାକ୍ତ ସମୁଦ୍ରରୁ ଶୁଦ୍ଧ ଜଳ ଗ୍ରହଣ କରେ। ସେହିପରି
ସମାଜସେବୀ ବହୁଜନ ମଧ୍ୟରେ ରହି ସୁଦ୍ଧା ସମସ୍ତଙ୍କର ସଦ ଗୁଣକୁ ଗ୍ରହଣ କରେ।ପରେ ସେ ବିଷ୍ଣୁ ରୂପ ଧାରଣ କରେ।ତାହାର ଶଙ୍ଖ ଜନତାକୁ ଏକତ୍ର କରେ। ସେ “ଚକ୍ର” ସମାନ କର୍ମ
ତତ୍ପର ହୁଏ। ” ଗଦା” ର ପ୍ରତିରୋଧକ ଶକ୍ତି ଓ “ପଦ୍ମ” ର ସଞ୍ଚୟ
ଶକ୍ତି ଲାଭ କରେ। ସାମବେଦ ସୌରଭ- ୧,୨,୫୧।
ବୀର ଭାବନା ବ୍ୟତିରେକ ହୃଦୟ ଦରିଦ୍ର ହୁଏ।
ନିଜକୁ ଓ ସମାଜକୁ ଅଭୟ ପ୍ରଦାନ କରିବା ବୀରତ୍ତ୍ୱ ଅଟେ।
ନିରାଶ୍ରୟକୁ ଆଶ୍ରୟ , ନିରନ୍ନକୁ ଅନ୍ନ , ଅଜ୍ଞାନୀକୁ ଜ୍ଞାନ , ଦୁର୍ବଳକୁ ବଳର ବିତରଣ କରିବା ବୀରତ୍ତ୍ୱ ଅଟେ। ଅରକ୍ଷିତକୁ
ସୁରକ୍ଷିତ ଓ ପତିତକୁ ଉନ୍ନତ କରିବା ବୀର ରସର ଲକ୍ଷଣ।
ଅନ୍ୟର ଦୁଃଖ ନିବାରଣ ନିମନ୍ତେ ଯାହାର ହୃଦୟରେ ସମବେଦନାର ତରଙ୍ଗ ଜାତ ହୁଏନାହିଁ ସେ ଭୀରୁ।
ସାମବେଦର “ଗାଭୀ” ଆଲୋକର ପ୍ରତୀକ ଓ “ଅଶ୍ୱ” ଶକ୍ତିର ସୂଚକ।ସେଥିପାଇଁ ବେଦ ମନ୍ତ୍ରରେ ଗୋ ଆଉ ଅଶ୍ଵପାଇଁ ପ୍ରାର୍ଥନା କରାଯାଇଛି।ଆତ୍ମ ବିକାଶ ନିମନ୍ତେ ଆଲୋକ ଓ ଶକ୍ତି ଅନିବାର୍ଯ୍ୟ। ଆଲୋକ ଅଟେ ଜ୍ଞାନ ଏବଂ ଶକ୍ତି, କର୍ମ।
ଜ୍ଞାନ ଓ କର୍ମ ରୂପକ କବଚ ଧାରଣ କରି ମନୁଷ୍ୟ ଜୟଯାତ୍ରା କରେ।ଯେଉଁମାନେ ଉତ୍ତମ ଆତ୍ମା ମୋକ୍ଷ ପାଇଲେବି ପୁନର୍ବାର ମର୍ତ୍ତ୍ୟପୁରକୁ ଆସି ଜନ୍ମ ଜନ୍ମାନ୍ତରରେ ଜନସେବା, ପରିଚର୍ଯ୍ୟା ଓ ଶୁଶ୍ରୁଷା ନିମନ୍ତେ ସୁଯୋଗ ଦେବାକୁ ପ୍ରଭୁଙ୍କୁ ଅନୁନୟ କରନ୍ତି।କର୍ମମୁଖର ମର୍ତ୍ତ୍ୟଲୋକ ତାଙ୍କପାଇଁ
ସ୍ୱର୍ଗ ସଦୃଶ।
ପ୍ରଭୁ ଅସଂଖ୍ୟ ପଥ ବିସ୍ତାର କରିଛନ୍ତି। ସମଗ୍ର ବ୍ରହ୍ମାଣ୍ଡ ତାଙ୍କର ଚିନ୍ମୟୀ ରଶ୍ମିରେ ଆଲୋକିତ। ତେଣୁ ଯେଉଁ ଆଡକୁ ଚାହିଁଲେ ,ସେଇ ଦିଗରେ କର୍ମ ସମ୍ପାଦନପାଇଁ ଅନେକ
ସୁଗମ ଓ ସରଳ ମାର୍ଗ ପ୍ରସ୍ତୁତ ହୋଇ ରହିଛି।
ଗୃହପତ୍ନୀ , ଗୃହପତିକୁ ସମ୍ବୋଧନ କରି ” ଗୃହ” କହେ ——” ହେ ଦମ୍ପତ୍ତି ! ସାଧୁତା ବଳରେ ମୋତେ ସୁରକ୍ଷିତ କର।ମୋପାଇଁ ସୁଖପ୍ରଦ ହୁଅ ।ମୋର ଶିବ ସମ୍ପାଦନରେ ସଂସ୍ଥିତ ରହ।ପ୍ରଜା ଯାଗରେ ସୁପ୍ରଜା ନିର୍ମାଣ
କର।ମୁଁ ତୁମର ତୋପଭୂମି ଓ ସାଧନଶାଳା। ପୁରୁଷ ପୁରୁଷ ଧରି
, ଗୃହ ଯଜ୍ଞକୁ ଧରି ରଖିଛି।ଗୃହବାସୀଙ୍କ ଆଗମନ ଆଚରଣ ଓ ପ୍ରସ୍ଥାନରେ ମୂକସାକ୍ଷୀ ହୋଇଛି।———ଯଦୁର୍ବେଦ ସୌରଭ-୨, ୧୯।