ଶୁଭ ସକାଳ
ଜଗତର ମଙ୍ଗଳ ହେଉ ଆନନ୍ଦେକ ବାର ହରିବୋଲ।
ମଙ୍ଗଳବାରର ସକାଳ ହେଲାଣି
ମନେ ଜଗନ୍ନାଥ ସ୍ମରି
ଯେଝା ଯେଝା ପିତାମାତାଙ୍କର ସେବା
ଭକ୍ତି ବହି ଯାଅ କରି ।।
ପ୍ରଭୁ ଭୋଳାନାଥ ସାହା ହେବେ ନିଶ୍ଚେ
ରହିଲେ ଭକତି ବଳ
ଚତୁର୍ଦ୍ଦିଗ ଆଲୋକିତ ଯେ ହୋଇବ
ପ୍ରଭୁ ନିଶ୍ଚେ ଦେବେ ଫଳ ।।
ଜଗତର ନାଥ ମାଉସୀ ମା ଘରେ
ଆନନ୍ଦରେ ଛନ୍ତି ରହି
ନବ ଦିନ ପାଇଁ ଯାଇଛନ୍ତି ପ୍ରଭୁ
ଭାଇ ଭଉଣୀଙ୍କୁ ନେଇ।।
ଘରଣୀ ବିଚରା ମନ ମାରି ଦେଇ
ବସିଛନ୍ତି ଗମ୍ଭିରୀରେ
ଫେରିଲେ ନିଶ୍ଚୟ ମଜା ବୁଝିବେଟି
ଅଛନ୍ତି ଅଭିମାନରେ।।
ଭାଇ ଭଉଣୀ ତାଙ୍କର ଆଗେ ହେଲେ
ମୁଁ କ’ଣ ଦାସୀ ପୋଇଲି
ମତେ ନ ପଚାରି ରଥେ ଚଢି ଗଲ
ଖାଲି ମୁଁ ହେଉଛି ଘାରି ।।
ପଛ କଥା ସବୁ ଭୁଲି ଯାଇଅଛ
ଯାଣିଅଛ କରାମତି
ବଡ଼ ଠାକୁରଙ୍କୁ ଭିକ ମଗାଇଲି
ଏ କଥାକୁ ଦେଲ ପୋଛି ।।
ସିନ୍ଧୁ ଜେମା ମୁହିଁ ମୋର ରାଗ କଥା
ଜାଣନ୍ତି ସାରା ଜଗତ
ଖାଲି ଫେରିଆସ ବଡ଼ ଦେଉଳକୁ
ଦେଖିବ ମୋ ନିଜ ରୂପ।।