You are currently viewing ସବୁ ଜାଳିଦିଏ ସନ୍ଦେହ ନିଆଁ

ସବୁ ଜାଳିଦିଏ ସନ୍ଦେହ ନିଆଁ

ସବୁ ଜାଳିଦିଏ ସନ୍ଦେହ ନିଆଁ

ସନ୍ଦେହର ନିଆଁ ମନରେ ଜଳିଲେ
ଅଶାନ୍ତିରେ ବିତେ ଦିନ
ମନ ଭାବନାକୁ କ୍ରୋଧ କାବୁ କରେ
ସ୍ନେହ ଶ୍ରଦ୍ଧା ହୁଏ କ୍ଷୁର୍ଣ୍ଣ l୧l
ପରିବାର ମଧ୍ୟେ ଅଶାନ୍ତି ବଢ଼ଇ
ବନ୍ଧୁ ହୋଇ ଯାଏ ଦୂର
ସଜଡା ଘର ଯେ ଭାଙ୍ଗି ଚୁନା ହୁଏ
ବଚନ ଲାଗେ ଜହର l୨l
ସନ୍ଦେହୀର ମନ ସନ୍ଦେହରେ ଥାଏ
ମନ ହୁଏ ବାଟ ବଣା
ପ୍ରିୟ ଜନ ମାନେ ଅପ୍ରିୟ ହୁଅନ୍ତି
ହଜାଇ ପ୍ରେମ ଠିକଣା l୩l
ରୁଖିଆ ଯେପରି ଲୁଗାକୁ କାଟଇ
କରି ଦେଇ ଥାଏ ନଷ୍ଟ
ଆବଶ୍ୟକ ବେଳେ ଲୋଡ଼ା ହୁଏ ନାହିଁ
ମନରେ ଲାଗଇ କଷ୍ଟ l୪l
ସନ୍ଦେହର ଜାଲ ବିଚଳିତ କରେ
ସତ୍ୟ ଥାଉବା ନ ଥାଉ
ଅନ୍ତରଟା ଜଳେ ତିଳ ତିଳ ହୋଇ
ସନ୍ଦେହ ଦେଖାଏ ଭାଉ l୫l
ଏଥିରୁ ବଞ୍ଚିବା ସହଜ ହୁଏନି
ଛନ୍ଦି ହୋଇ ଗଲେ ଥରେ
ହସ ଲୁଚି ଯାଏ ବ୍ୟଥା ଭରି ଯାଏ
ନିଦ ହଜେ ନୟନରେ l୬l
ଅସ୍ଥିର ଲାଗଇ ଜୀବନଟା ଖାଲି
କାମରେ ନ ଲାଗେ ମନ
ବିଷଦର ଫୁଲ କରୁ ଥାଏ ଗେଲ୍ଲ
ସାନ ବଡ଼ ଭୁଲେ ମାନ୍ୟ l୭l
ଅବିଶ୍ୱାସ ନିଆଁ ଛାରଖାର କରେ
ସମ୍ପର୍କ ଦିଅଇ ଜାଳି
ବୁଝାମଣା ମଧ୍ୟେ ସଂଶୋଧନ କର
ନ ହେଲେ ପଡିବ ଟଳି l୮l
ସ୍ନେହ ଶ୍ରଦ୍ଧା ପ୍ରୀତି ପ୍ରେମ ଜାଳି ଦିଏ
ସନ୍ଦେହ ଅନଳ ଧୂଆଁ
ସମ୍ପର୍କର ସେତୁ ବନ୍ଧ ଭାଙ୍ଗି ଯାଏ
ଅଘଟଣେ ଜଳେ ନିଆଁ l ୯l
ବିଶ୍ୱାସ ଭରସା ମଜ୍ ଭୂତ ଥିଲେ
ସନ୍ଦେହ ହୁଅଇ ଦୂର
ସୁଖି ସଂସାରରେ ମନ ପୁରି ଉଠେ
ଶାନ୍ତିର ପିୟୁଷ ଝର l୧୦l

Leave a Reply