ଧର୍ମରୁ ଧନ୍ଦା , ଭୟରୁ ଭକ୍ତି
ଏଇ ଦୁଇଧାଡ଼ିରେ ଅନେକ ବିଷୟ ଲୁଚି ରହିଛି । ଯାହା ଅଜ୍ଞାନତା ଦୂର ହେଲାପରେ ମନରେ ଆପେ ଆପେ ଉଙ୍କି ମାରିଥାଏ । ମଣିଷ ଯେ ପର୍ଯ୍ୟନ୍ତ ନିଜ ମନ ଓ ମସ୍ତିଷ୍କରେ ଥିବା ଅନ୍ଧାର ରୂପକ ଅଜ୍ଞାନତାକୁ ଦୂର ନ କରିଛି , ତାହା ହଠାତ୍ କୌଣସି ଅନ୍ଧଭକ୍ତ ବୁଝିପାରିବ ନାହିଁ । କିନ୍ତୁ ମନଟା ମୋର ଆଜି କଲମକୁ ଈଶାରା ଦେଲା କିଛି ଲେଖିବା ଆଶାରେ । ଯଦି ଏହାଦ୍ବାରା ମୋର ପାଠକବନ୍ଧୁ ମାନଙ୍କୁ କୌଣସି ଅସୁବିଧା ହୋଇଥାଏ , ତେବେ ନିଜର ବିଶାଳ ହୃଦୟ କୋଣରୁ ମୋ ପାଇଁ କ୍ଷମା ଟିକକ ଆଗରୁ ସାଇତି ରଖିଥିବେ ।
ଛାଡ଼ନ୍ତୁ… ସମୟ ନଷ୍ଟ ନକରି ବିଷୟ ଉଦରକୁ ପଶିବା ।
ଦିନେ ମନ୍ଦିର ବାହାରେ ବସିଥିବା ଭିକାରୀକୁ ପ୍ରଶ୍ନ କଲି , ତୁମର
ଜାତି କଣ ?
ସେ ପ୍ରତ୍ୟୁତ୍ତରରେ ଏକ ସୁନ୍ଦର କଥାଟିଏ କହିଲା….
ମୁଁ ଖାଏ ମନ୍ଦିରରେ….
ଝାଡୁ ମାରେ ଗୁରୁଦ୍ୱାର ଆଗରେ….
ଶୁଏ ମସଜିଦରେ…..
ଏବଂ ଅସୁବିଧା ପଡ଼ିଲେ , ଜଣାଏ ଫାଦର୍ ଙ୍କୁ (ଖ୍ରୀଷ୍ଟିଆନ ଧର୍ମୀ ଲୋକ ଯାହାଙ୍କୁ ମାନନ୍ତି) ।
ତେବେ ତୁମେ ଏବେ କୁହ , ମୋର ଜାତି କଣ ?
ମୁଁ ତ ବଡ଼ ହଇରାଣ ରେ ପଡ଼ିଗଲି ! କିଛି ସମୟ ନଥ୍ କରି ବସିପଡ଼ି ଭାବିଲି ।
ବାସ୍ତବରେ ତା କଥାରେ ସତ୍ୟାସତ୍ୟ ଭରି ରହିଛି । ଭାରତ ଭଳି ଦେଶ ଆଜି ବିକାଶୋନ୍ମୁଖୀ ଅବସ୍ଥାରେ ଜର୍ଜରିତ । ଏହାର ପ୍ରମୁଖ କାରଣ ହେଉଛି ଲୋକ ମାନଙ୍କର ପରିବର୍ତ୍ତିତ ଚିନ୍ତାଧାରା । ସବୁ ଧର୍ମାବଲମ୍ବୀ ଲୋକମାନେ ନିଜ ଧର୍ମକୁ ଆଖିବୁଜି ବିଶ୍ୱାସ କରି ଏକ ପ୍ରମୁଖ ଭୁଲ କରି ବସିଛନ୍ତି। କିନ୍ତୁ ଏଭଳି ପରିସ୍ଥିତିର ମୁଖ୍ୟ କର୍ଣ୍ଣଧାର ହେଉଛନ୍ତି କିଛି ଅନବିଜ୍ଞ ଯୁବକ/ଯୁବତୀ ଗଣ । ଯେଉଁମାନେ ସାମାନ୍ୟ ଜ୍ଞାନର ଅଧିକାରୀ ହୋଇ , ସନ୍ନ୍ୟାସ ରୂପକୁ ଆଚରି , ମୁଢ଼ ସମାଜକୁ ନିଜ ଧର୍ମ ବିଷୟରେ କଳ୍ପ କଳ୍ପିତ ଧାରଣାର ଅବଗତ କରାଇ ସେମାନଙ୍କୁ ନିମ୍ନତ୍ତର କରିବାରେ ସଫଳ ହୋଇଛନ୍ତି । ଏବଂ ନିଜେ ଧର୍ମକୁ ଏକ ସ୍ଵୀକୃତିପ୍ରାପ୍ତ ଧନ୍ଦା ଭାବରେ ମାନି ନେଇଛନ୍ତି । ସବୁର ମୂଳ ତ ସେଇଠି ! ଆସନ୍ତୁ ସରଳରେ ବୁଝିବା….
ଏହି ଧରଣର ବ୍ୟକ୍ତି ମାନଙ୍କର ବର୍ତ୍ତମାନ ସମାଜରେ ଏବେ ଖୁବ୍ ଚାହିଦା । ସାଧାରଣ ଜନତା ମଧ୍ୟ ମେଣ୍ଢା ଭଳି ଏମାନଙ୍କ କଳ୍ପନା ଯୁକ୍ତ ଅଭିଭାଷଣକୁ ତଳ ମୁଣ୍ଡିଆ ହୋଇ ପାଳନ କରୁଛନ୍ତି । ଏବଂ ଲକ୍ଷାଧିକ ଲୋକ ରୁଣ୍ଡ ହୋଇ କଥାକାର ମାନଙ୍କ ପକେଟ ଗରମ କରୁଛନ୍ତି । କିଏ ଦାମୀ ଗାଡି ଚଢି ଆସୁଛି ତ , କିଏ ହାତରେ ଦାମୀ ମୋବାଇଲ ଫୋନ । କିଏ ଆଖିରେ Amruta anjan ଲଗାଇ କାନ୍ଦିବାର ଅଭିନୟ କରେ ତ , କିଏ ପରଦା ପଛରେ ସୋମରସ ଓ ମାଂସ ଭକ୍ଷଣ କରି ମଞ୍ଚକୁ ଆସେ । ଏଭଳି ଭାବରେ ଏମାନେ ସାଧାରଣ ଜନତାଙ୍କ ମାନସିକ ଚିନ୍ତାଧାରା ସହିତ ଖେଳିଥାଆନ୍ତି । ଆହୁରି ଏକ ବଡ଼ କଥାଟା ଛାଡ଼ିଦେଲି !
ସରକାର ମଧ୍ୟ ଏହି ଠକ ବୈରାଗୀ ମାନଙ୍କ ଦ୍ଵାରା ପରୋକ୍ଷରେ ବିଶେଷ ଉପନୀତ ହେଉଛନ୍ତି । କାରଣ ଯେତେବେଳେ ଲୋକମାନେ ଧର୍ମ ରୂପକ ମରୁଭୂମିରେ ତୃଷିତ ହୋଇ ଘୁରିବୁଲନ୍ତି , ସେତେବେଳେ ଏମାନେ ଭ୍ରମଜଳ ସୃଷ୍ଟି କରି..
ସର୍ବସାଧାରଣଙ୍କୁ ଭ୍ରମିତ କରାଇ ଥାଆନ୍ତି। ଯାହା ଫଳରେ ଦେଶର ବର୍ତ୍ତମାନ ସ୍ଥିତି କାହାକୁ ଦୃଶ୍ୟମାନ ହୁଏ ନାହିଁ ।
ଇଏ ତ ଗଲା ” ଧର୍ମ ରୁ ଧନ୍ଦା “….
ଚାଲନ୍ତୁ ” ଭୟରୁ ଭକ୍ତି ” ଆଡ଼କୁ ପାଦ ବଢ଼ାଇବା….
ଯଦି ହିନ୍ଦୁ ଧର୍ମକୁ ଆକ୍ଷେପ କରି କୁହାଯାଏ , ତେବେ ମଣିଷ ମନରେ ଭୟ ସୃଷ୍ଟି କରିଥାଏ ମାନବକୃତ ବେଦ /କିମ୍ବଦନ୍ତୀମାନ ।ଏହା କୌଣସି ଭଗବାନଙ୍କ ଦ୍ଵାରା ଲିଖିତ ହୋଇନଥାଏ , ଏଗୁଡ଼ିକ ଲେଖିଥାନ୍ତି ପ୍ରାଚୀନ କାଳର ମୁନିଋଷି ଗଣ । ସେମାନଙ୍କ ମଧ୍ୟରୁ କେତେକ କାଦମ୍ବରୀ ରସ ପାନ କରି ନିମଗ୍ନ ଅବସ୍ଥାରେ ଲେଖିଥାଆନ୍ତି । ଗୋଟିଏ ଛୋଟ କଥାରୁ ଏହାର ବିସ୍ତୃତ ଭାବରେ ଉଦାହରଣ ଦିଆଯାଇପାରେ ।
ମହାଋଷି ବେଦବ୍ୟାସ ଯେତେବେଳେ ଭଗବଦ୍ ଗୀତା ଉଦୃତ କଲେ । ଆରମ୍ଭରୁ ଶେଷ ଯାଏ କଣ ଲେଖିଲେ ତାକୁ ଛାଡ଼ନ୍ତୁ ।
ଯଦି ସମ୍ପୂର୍ଣ୍ଣ ଶାସ୍ତ୍ରକୁ ଆମେ ଟିକିଏ ତର୍କ ସମ୍ମୁଖକୁ ଆଣିବା ।
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ଉପଦେଶ ସବୁ ଦେଇଥିଲେ ,
ସେତେବେଳେ କେଉଁ କାଳଜୟୀ ପୁରୁଷ ତାଙ୍କ ପାଖରେ ଥିଲେ ଯିଏକି ସମ୍ପୂର୍ଣ୍ଣ ଉପଦେଶ ମନେ ରଖିଥିଲେ ? ଆହୁରି ଗୋଟିଏ ଚଳନ୍ତ ଉଦାହରଣ ଦେଇ କୁହାଯାଇ ପାରିବ । ଆମ ଧର୍ମରେ ଲୋକମାନଙ୍କର ଏକ ସୁନ୍ଦର ଧାରଣା ଅଛି ଯେ , ପାପୀ ମଣିଷ ନର୍କଗାମୀ ହେବ । ଏବଂ ପୂର୍ଣ୍ୟ ଅର୍ଜନ କରିଥିବା ମଣିଷ ସ୍ବର୍ଗଗାମୀ ହେବ । କିନ୍ତୁ ମୋ ହିସାବରେ ଯଦି ସ୍ବର୍ଗ ଓ ନର୍କ ସତରେ ଥାଆନ୍ତା , ତେବେ ସର୍ବ ପ୍ରଥମେ ସେଠାରେ ବୈଜ୍ଞାନିକ ମାନେ କେବେଠାରୁ ପହଞ୍ଚି ସାରନ୍ତେନି ।
ଜାତି , ଧର୍ମ , ଚାକିରି , ପଦବୀ , ବଞ୍ଚିବାର ଜୀବନଶୈଳୀ , ଧନ ଓ ସୁନ୍ଦରତାକୁ ଦେଖି ବିବାହ କରୁଥିବା ସମାଜ ଅଲଜ୍ଜ୍ୟା ଙ୍କ
ଭଳି କହି ବୁଲେ କି ! ଯୋଡ଼ିମାନଙ୍କୁ ସବୁ ଉପରବାଲା ବନେଇକି ପଠାଏ । ଆହାଃ କେଡେ ସୁନ୍ଦର ଚିନ୍ତାଧାରା ! ଶେଷରେ ଭଗବାନଙ୍କୁ ବି ଦୋଷ ଦେଇଦେଲ ?
ଏପରି ଭାବରେ ଲିଖିତ ନିଜସ୍ଵ ଅଭିବ୍ୟକ୍ତି ଗୁଡ଼ିକୁ ଆମ ସମ୍ମୁଖରେ ବର୍ଣ୍ଣନା କରାଯାଏ , ଯାହା ଫଳରେ ସାଧାରଣଜନତା
ଭୟଭୀତ ହୋଇ ଭକ୍ତିମାର୍ଗକୁ ଆପଣେଇ ନେଇଥାନ୍ତି । ଏବଂ ମାନବକୃତ ନିୟମାବଳୀ ସବୁ ବନିଯାଇଥାଏ ଇଶ୍ୱରକୃତ ।