You are currently viewing ଧର୍ମ ମାସ କାର୍ତ୍ତିକ….

ଧର୍ମ ମାସ କାର୍ତ୍ତିକ….

ଦୀପ° ଜ୍ୟୋତି ପରଂବ୍ରହ୍ମ…
ଦୀପ ° ଜ୍ୟୋତି ଜନାର୍ଦ୍ଦନ…
ଆ କା ମା ଭୈ.. ବନ୍ଦନ…
ବୋଇତ ଭସାଣି ର ଦିନ !!

ବର୍ଷ, ମାସ, ସପ୍ତାହ, ଦିନ..
କାର୍ତ୍ତିକ ମାସ ହିଁ ମହାନ..
ଧରମ ମାସ ରୂପେ ମାନ..
ମାସରେ କରିଥାନ୍ତି ପୂଣ୍ୟ !!

ଧରମ କରନ୍ତି ନିଷ୍ଠା ରେ..
ଆମିଷ ତ୍ୟାଗନ୍ତି ଆହାରେ..
ମନ୍ଦିରେ ଶଙ୍ଖ, ଘଣ୍ଟା ନାଦ..
ଗଗନେ ମୁଖରେ ଶବଦ !!

ପଞ୍ଚୁକ ପାଳନ୍ତି ସଜତ୍ନ ..
ଘୃତ ସହ ଅରୁଆର୍ଣ ରନ୍ଧନ..
ପ୍ରାତଃ ରୁ ସ୍ନାହାନ ସାରିଣ..
କୃଷ୍ଣ ନାମ ମୁଖେ ଉଚ୍ଚାରଣ !!

ବର୍ଷ ମଧ୍ୟେ ଏହି ମାସ ସାର..
ଶୁଦ୍ଧି ଜନେ କର ହେ ବିଚାର..
ଦାନ,ଦୟା,ଧର୍ମ ଗୁଣ କର ବୃଦ୍ଧି..
ମୋକ୍ଷ ପ୍ରାପ୍ତି ମାର୍ଗ କର ସିଦ୍ଧି !!

ଅତି ଯତନେ ଧର୍ମ କରି…
ଧର୍ମେ ପ୍ରାପତ ନରହରି….
ସେ ନରହରି ଙ୍କ ପୟରେ…
ଚିତ୍ତ ମୋ ଥାଉ ନିରନ୍ତରେ…!!

ସତ କର୍ମେ ମୋକ୍ଷ ପାପ୍ତି…
ପ୍ରଭୁ ପଦେ ମନ ଥାଉ ନିତି…
ଧର୍ମ ତୋର ଏହିହିଁ ସମ୍ପତି…
ହଁ ମାନବ ଜନମୁ ମୁକତି…!!

Leave a Reply